ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ରିମାଣ୍ଡ ସମୟରେ ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ଉଗାଳିବା ପାଇଁ ଚେଷ୍ଟା କରାଯିବ। ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ କେଉଁ କେଉଁ ସ୍ଥାନରେ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ?

ଏସବୁ ଦିଗକୁ ଫୋକସରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରିବ ସିବିଆଇ ।  କାରଣ ଅପରାଧ ପଛରେ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରିବା ସହ ଏସବୁ ତଥ୍ୟ ସାମ୍ନାକୁ ଆସୁ ବୋଲି ଅଞ୍ଜନା ବି ବାରମ୍ବାର ଦାବି ଉଠାଇଛନ୍ତି । ତେବେ ବିବନକୁ ନେଇ ମାମଲାର ସିନ୍ ରିକ୍ରିଏଟ୍ କରାଇବ କି ସିବିଆଇ, ତାକୁ ନେଇ ଚର୍ଚ୍ଚା ହେଉଛି?

ଗତକାଲି ବିବନ ବିଶ୍ୱାଳକୁ ଚିହ୍ନିଥିଲେ ଅଞ୍ଜନା ମିଶ୍ର। ଝାରପଡ଼ା ଜେଲରେ ଅନୁଷ୍ଠିତ T.I ପରେଡ଼ରେ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିିଥିଲେ ପୀଡ଼ିତା ଅଞ୍ଜନା। ତେବେ ଖାଲି ଅଞ୍ଜନା ନୁହଁନ୍ତି, ସେଦିନ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍ ବି ବିବନଙ୍କୁ ଚିହ୍ନି ପାରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।  ପ୍ରାୟ ୧୦ ମିନିଟରେ ସରିଥିଲା ଚିହ୍ନଟ ପ୍ରକ୍ରିୟା।

You might also like