ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

ଭୁବନେଶ୍ୱର: ପୁଣି ଫେରିଲା ସିବିଆଇ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇର ପେଡ଼ି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଆଜି CBI ପକ୍ଷରୁ ଏକାଥରକେ ୮ଟି ସ୍ଥାନରେ ରେଡ୍‌ ହୋଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ସକାଳେ ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ କରିଥିଲା। ପରେ ଦେବୀ ମିଶ୍ରଙ୍କ କଟକ ନରସିଂହପୁରସ୍ଥିତ ପୈତୃକ ଘର ସହ ଭଦ୍ରକ ସମେତ ୭ଟି ଜାଗାରେ ସିବିଆଇ ରେଡ୍‌ କରିଛି।

ଦେବୀ ମିଶ୍ରଙ୍କ ଛଡ଼ା ତତ୍କାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ରବି ନାରାୟଣ ନନ୍ଦ, ଆଭେନ୍ୟା ଆସୋସିଏଟ୍‌ ପ୍ରା.ଲି. MD ବିଷ୍ଣୁ ମିଶ୍ର, ସ୍ୱାଗତିକା ଇନଫ୍ରା ଲି. MD ପ୍ରଶାନ୍ତ ପଟ୍ଟନାୟକ ଘର ଓ ଆଉ ୨ଟି କମ୍ପାନୀ ଉପରେ ରେଡ୍‌ କରିଛି ସିବିଆଇ।

ଆଜି ସକାଳ ପ୍ରାୟ ୮ଟା ହେବ। ହଠାତ ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ପହଞ୍ଚିଥିଲା ସିବିଆଇ ଟିମ୍‌। ମହାନଦୀରେ ସି-ସୋର ବୋଟିଂ ପ୍ରକଳ୍ପକୁ ନେଇ ଦୀର୍ଘ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଦେବୀ ମିଶ୍ରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ସହ ମାଗିଥିଲା ସେ ସଂପର୍କିତ ଅଧିକ ପ୍ରମାଣ।

ତେବେ ଫେରିବା ବେଳେ ସିବିଆଇ ଟିମ୍‌ ହାତରେ ଦେଖିବାକୁ ମିଳିଥିଲା ଏକ ନଥିପତ୍ର ଭର୍ତ୍ତି ଫାଇଲ୍‌। ତାହା ହେଲେ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏକ ପ୍ରମୁଖ ଅଂଶ ଭାବେ ବିବେଚନା କରାଯାଉଥିବା ମହାନଦୀ ବୋଟିଂ ପ୍ରକଳ୍ପ ଡିଲ୍‌ ନେଇ କି ମିଳିଲା କି ନୂଆ ନଥିପତ୍ର? ସି-ସୋର ସହ ଡିଲ୍‌ ନେଇ କଣ ଅଧିକ ପ୍ରମାଣ ମିଳିଲା କି ?

ସେ ସମ୍ପର୍କରେ ସିବିଆଇ ଅଧିକାରୀଙ୍କଠାରୁ କିନ୍ତୁ କୌଣସି ଉତ୍ତର ମିଳିନଥିବା ବେଳେ ବିଧାୟକ ଦେବୀ ମିଶ୍ର କହିଥିଲେ, ସିବିଆଇ ତାଙ୍କ ଘରେ ରେଡ୍ କରିନି। ବରଂ କେବଳ କାଗଜପତ୍ର କଥା ପଚାରିଥିଲେ। ସିବିଆଇକୁ ସେ ତଦନ୍ତରେ ସବୁବେଳେ ସହଯୋଗ କରି ଆସିଛନ୍ତି। ଏପରିକି ଥରେ ସିବିଆଇ ଜେରାର ସାମ୍ନା କରିଛି ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like