• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

"ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ। ଆଜି ରାଜ୍ୟର ୨ ଆଗ ଧାଡ଼ିର ଅଫିସରଙ୍କ ଘରେ ରେଡ଼୍ ହୋଇଛି। ରେଲୱେ ବିଭାଗ ଅଧିକାରୀଙ୍କ ଘରେ ସିବିଆଇ ରେଡ଼୍ ମାରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ଜଣେ ଫରେଷ୍ଟରଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ"

ଭୁବନେଶ୍ୱର: ସିବିଆଇ ଜାଲରେ ପଡ଼ିଲେ ପୂର୍ବତଟ ରେଲ୍‌ୱେର ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ରଥଙ୍କ ଘରେ ସିବିଆଇ ରେଡ଼୍ ହୋଇଥିବା ନେଇ ସୂଚନା ମିଳିଛି। ଭୁବନେଶ୍ୱର ଅଫିସ୍ ଓ କୋଳଥିଆ ଘରେ ଏକାସାଙ୍ଗରେ ସିବିଆଇ ଟିମ୍‌ ଚଢ଼ାଉ କରିଛି। ବର୍ତ୍ତମାନ ସମୟରେ କ'ଣ କ'ଣ ତାଙ୍କ ଘରୁ ମିଳିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ।

ସେପଟେ, ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫରେଷ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ବିନିକା ରେଞ୍ଜ ର ଫରେଷ୍ଟର ଜଗବନ୍ଧୁଙ୍କ ଘରେ ରେଡ଼୍ କରିଛି ଭିଜିଲାନ୍ସ। କେବଳ ଏତିକି ନୁହେଁ ବରଂ ଏଥିସହ ବିନିକାସ୍ଥିତ ବନବିଭାଗ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି। ସୁବର୍ଣ୍ଣପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢଉ କରାଯାଇଥିବା ନେଇ ସୂଚନା ରହିଛି। ଜଗବନ୍ଧୁଙ୍କ ସୋନପୁର ଶାନ୍ତିନଗରର ପଡାରେ ଥିବା ଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଘର ଓ ବିନିକା ରେଂଜ ଅଫିସରେ ଚଢଉ କରାଯାଉଥିବା ନେଇ ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା କେଉଁ କେଉଁ ସାମଗ୍ରୀ ଆଉ କେତେ ଟଙ୍କା କିମ୍ବା ଅଳଙ୍କାର ମିଳିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ।

କେବଳ ଏତିକି ନୁହେଁ, ବରଂ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ରାମଲେ୍କା ପଞ୍ଚାୟତରେ ଭିଜିଲାନ୍ସ ମଧ୍ୟ ଚଢ଼ାଉ କରିଥିବା ନେଇ ସୂଚନା ମିଳିଛି। ପାଟନାସି ଗାଁର ଏନ ଆର ଜିଏସ ରାସ୍ତା କାମରେ ପଂଚାୟତ GRS ଭାରତି ନାୟକ ରାସ୍ତା କାମର ୫୦ହଜାର ଟଙ୍କା ବିଲ ପାସ କରାଇଦେବା ପାଇଁ ପାଟନାସି ଗାଁର ମିଥୁନ ବେହେରାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏଇହି ଚଢାଉରେ  ଭୁବନେଶ୍ଵରର ୧୮ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ହୋଇଥିବା ନେଇ ଜଣାପଡ଼ିଛି।

Cbi-raid-in-east-cost-railways-ooficers-hosue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories