ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ଭୁବନେଶ୍ୱର: ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌। ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଥିବା ଘରେ ଆଜି CBI ରେଡ୍ କରିଥିବା ଜଣାପଡ଼ିଛି। ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି।

ଦେବୀ ମିଶ୍ରଙ୍କ କଟକ ନରସିଂହପୁର ବାସଭବନରେ ବି ସିବିଆଇ ଟିମ୍ ପହଞ୍ଚି ଯାଞ୍ଚ କରିଛି। ଭୁବନେଶ୍ୱର ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଛି। ସିବିଆଇ ଟିମ୍‌ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଥିବା ଜଣାପଡ଼ିଛି।

ମହାନଦୀରେ ବୋଟିଂ ପ୍ରକଳ୍ପକୁ ନେଇ ଦେବୀଙ୍କୁ ପଚରାଉଚରା ହୋଇଛି। ମାମଲା ସମ୍ପର୍କିତ କାଗଜପତ୍ର ତାଙ୍କୁ ମଗା ଯାଇଛି। ଏନେଇ ସେ ସିବିଆଇକୁ ସମସ୍ତ ତଥ୍ୟ ଦେବା ସହ ସହଯୋଗ କରିଥିବା ଦେବୀ କହିଛନ୍ତି। ସେହି ସମୟରେ ପର୍ଯ୍ୟଟନ ମନ୍ତ୍ରୀ ଥିଲି। ମନ୍ତ୍ରୀ ଭାବେ ମୋର ନିଜସ୍ୱ  ନିଷ୍ପତ୍ତି ନ ଥିଲା, ସରକାରୀ ନିଷ୍ପତ୍ତି ଥିଲା ବୋଲି ଦେବୀ ମିଶ୍ର କହିଛନ୍ତି। ମାମଲାକୁ ନେଇ ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ ସିବିଆଇ ମାଗିଲେ, ଯାହା ପର୍ଯ୍ୟଟନ ବିଭାଗରେ ଥିବା ସେ କହିଛନ୍ତି। ଆଜି ସିବିଆଇ ରେଡ୍ କରିନି ବରଂ କାଗଜପତ୍ର କଥା ପଚାରି ଥିଲା ବୋଲି ପ୍ରତିକ୍ରିୟାରେ ରଖି ଦେବୀ ମିଶ୍ର ଏହା କହିଛନ୍ତି।

ସି-ସୋର୍‌ ଗ୍ରୁପ୍‌ ୫୦୦ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଗିରଫ ହୋଇଥିଲେ। ୨୦୧୪ରେ ସି-ସୋର୍ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଓ ଟଙ୍କା ହଡପ ମାମଲାରେ ଇଡି ମାମଲା ରୁଜୁ କରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

You might also like