ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ। ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱରକୁ ନେଇ ପହଞ୍ଚିଛି ସିବିଆଇ। ରୋଜଭ୍ୟାଲି ଚିଟଫଣ୍ଡ ମାମଲାକୁ ନେଇ ଶୁଭ୍ରାଙ୍କୁ ପଚରାଉଚରା କରାଯିବ। ଓଡ଼ିଶାରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ଖୋଳତାଡ଼ କରାଯିବ। ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ ? ସେ ଦିଗକୁ ନେଇ ତଦନ୍ତ କରାଯିବ।

ଶୁଭ୍ରା କୁଣ୍ଡୁ ହେଉଛନ୍ତି ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ। ତେଣୁ ତାଙ୍କ ନିକଟରୁ ଅଧିକ ତଥ୍ୟ ମିଳିବା ଅନୁମାନ କରି ତଦନ୍ତ କରୁଛି ସିବିଆଇ। ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଶୁଭ୍ରାଙ୍କୁ ଗତ ଦୁଇ ଦିନ ତଳେ ଗିରଫ କରିଥିଲା।

ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ସଂସ୍ଥା ୧୨ ହଜାର କୋଟିର ଠକେଇ କରିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ଗତ ୧୫ ତାରିଖରେ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିଲା। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ୱାଣ୍ଟେଡ୍ ଥିଲେ। ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି।

ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ଆଉ ଜଣେ ହେଲେ କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର। ସେ ଆଗରୁ ସିବିଆଇରେ ହାଜର ହୋଇଥିଲେ। କୋଟି କୋଟି ଟଙ୍କାର ଏହି ସ୍କାମ୍‌ରେ ତାଙ୍କର କି ଭୂମିକା ରହିଛି, ସେନେଇ ତାଙ୍କୁ ପଚରାଉଚରା ପାଇଁ ପୂର୍ବରୁ ନୋଟିସ୍ ହୋଇଥିଲା। ପୂର୍ବରୁ ଶାରଦା ଚିଟଫଣ୍ଡ ମାମଲାରେ ମଧ୍ୟ ରାଜୀବ କୁମାରଙ୍କୁ ମଧ୍ୟ ଜେରା କରାଯାଇଥିଲା।

ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଓ ଗୌତମ କୁଣ୍ଡୁଙ୍କୁ ମଧ୍ୟ ଜେଲ ଚାରିକାନ୍ଥ ଦେଖିବାକୁ ପଡ଼ିଥିଲା। ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଏବଂ ପ୍ରଯୋଜକ ମୋହତାଙ୍କ ମଧ୍ୟରେ ମନିଟ୍ରେଲର ପ୍ରମାଣ ପାଇଥିଲା ସିବିଆଇ।

ଫିଲ୍ମ ନିର୍ମାଣ ନାଁରେ ୨୪ କୋଟି ଟଙ୍କା ରୋଜଭ୍ୟାଲିଠାରୁ ନେଇଥିବାବେଳେ ଏସବୁ ଅର୍ଥ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଭଳି ରାଜ୍ୟଠାରୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ଏହାସହ ଚିଟ୍‌ଫଣ୍ଡ୍‌ ଅର୍ଥରେ ଏକ ଘରୋଇ କମ୍ପାନୀ ସହ ମିଶି ମୂଲ୍ୟବାନ ପେଣ୍ଟିଂ କ୍ରୟ କରାଯାଇଥିଲା। ଏବଂ ଏଥିପାଇଁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କୁ ପ୍ରବର୍ତ୍ତା ଯାଇଥିଲା।

You might also like