ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ଆଇ-କୋର୍ ଗ୍ରୁପ୍ ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି। ଦୁର୍ନୀତିରେ ସଂପୃକ୍ତି ନେଇ ୨୦୧୪ରେ ଆଇ କୋର୍ ଗ୍ରୁପ୍ ବିରୋଧରେ ମାମଲା ରୁଜୁ ହୋଇଥିଲା। ଲୋଭନୀୟ ସୁଧ ହାର ଦେବାର ଲୋଭ ଦେଖାଇ ସଂସ୍ଥା ଲୋକଙ୍କ ପାଖରୁ ୩ ହଜାର କୋଟି ଟଙ୍କା ଜମା ଗ୍ରହଣ କରିଥିଲା।

ଏଥିରୁ କିଛି ଟଙ୍କା ଚଟ୍ଟୋପାଧ୍ୟାୟଙ୍କ କମ୍ପାନୀ ଦିଶା ପ୍ରଡକସନ୍ ଆଣ୍ଡ ମିଡିଆ ପ୍ରାଇଭେଟ୍ ଲିମିଟେଡକୁ ଟ୍ରାନ୍ସଫର୍‌ ହୋଇଥିଲା। ଚିଟଫଣ୍ଡ୍‌ ଦୁର୍ନୀତିର ତଦନ୍ତବେଳେ ସୁମନଙ୍କ ବିରୋଧରେ ମାମଲା ହୋଇଥିଲା। ସେହି ଆଧାରରେ ଗତକାଲି ତାଙ୍କୁ ଗିରଫ କରାଯାଇଛି।

ଆଜି ତାଙ୍କୁ ଭୁବନେଶ୍ୱରର ସିଜେଏମ୍ କୋର୍ଟରେ ହାଜର କରାଯିବ। ଶାରଦା ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାରେ ଗତବର୍ଷ ସୁମନଙ୍କ ସ୍ତ୍ରୀ କସ୍ତୁରୀଙ୍କୁ ଜେରା କରାଯାଇଥିଲା।

You might also like