ଜଳିଗଲା ୮ ଧାନଗଦା: ୨୫୦ରୁ ଉର୍ଦ୍ଧ୍ୱ ବସ୍ତା ଧାନ ପୋଡ଼ି ପାଉଁଶ

ଭଦ୍ରକ: ବାସୁଦେବପୁର ମନ୍ଦାରୀ ଗାଁରେ ୬ଜଣ ଚାଷୀଙ୍କ ଧାନଗଦାରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି।

ମନ୍ଦାରୀ ହାଟ ମଳିକ ସାହିରେ ବିଲରୁ ଧାନ ଅମଳ ପରେ ଗୋଟିଏ ଜାଗାରେ ୬ଜଣ ଚାଷୀ କଳେଇ ସହ ଧାନ ରଖିଥିଲେ। ଆଜି ହଠାତ୍ କୌଣସି କାରଣରୁ ଗୋଟିଏ ଧାନଗଦାରେ ନିଆଁ ଲାଗି, ହଠାତ୍‌ ନିଆଁ ଅନ୍ୟ ଗଦାକୁ ବ୍ୟାପୀ ଯିବାରୁ ନିମିଷକେ ମାତ୍ରେ ୮ଟି ଗଦାରେ ନିଆଁ ଲାଗିଯାଇଥିଲା।

ତୁରନ୍ତ ଗଦା ନିକଟରେ ଚାଷୀମାନେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକରେ ପହଞ୍ଚି ନିଆଁକୁ ଆୟତ କରିଥିଲା। କିନ୍ତୁ ଏଥିରେ ୨୫୦ରୁ ଉର୍ଦ୍ଧ୍ୱ ବସ୍ତା ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

You might also like