• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଖୋର୍ଦ୍ଧା: ଦିନରେ ଲୋକଙ୍କ ଅଭିଯୋଗ ଆଧାରରେ ଜବତ ହେଉଛି ଗୋରୁ। ହେଲେ ଗୋଶାଳା ବଦଳରେ ଜନବସତି ନିକଟରେ ଛାଡିଦେଇ ପୁଣି ରାତି ଅଧରେ ମାଫିଆଙ୍କୁ ଗୋରୁ ଦେଇଦେଉଛି ପୋଲିସ୍। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ବିରୋଧରେ। ଗତ ୧୪ ତାରିଖରେ କଡ଼ବ ଗାଁରୁ ପୋଲିସ ୫୦ଟି ଗୋରୁ ଜବତ କରି ବେଗୁନିଆ ନିକଟରେ ଛାଡିଦେଇଥିଲା ଗୋରୁଗୁଡିକୁ। ସ୍ଥାନୀୟଲୋକେ ଏବଂ କ୍ଲବ ପିଲା ଖାଇବାକୁ ପିଇବାକୁ ଦେଇ ରଖିଥିଲେ।

ତେବେ ୧୬ ତାରିଖ ରାତିରେ ଗୋରୁ ମାଫିଆଙ୍କ ସହ ବେଗୁନିଆ ଥାନାର ଜଣେ କନଷ୍ଟେବଳ ତଳସାହିରେ ପହଞ୍ଚି ଲୋକଙ୍କୁ ଧମକ ଦେଇ ବନ୍ଧା ହୋଇଥିବା ଗୋରୁଙ୍କୁ ଫିଟାଇ ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ଲୋକେ। ଏପରିକି ଘଟଣା ସମୟର ଦୃଶ୍ୟ ମୋବାଇଲରେ ରେକର୍ଡ ମଧ୍ୟ ହୋଇଛି।

କନଷ୍ଟେବଳ ଜଣଙ୍କ ମୋବାଇଲ ଭାଙ୍ଗି ଦେବାକୁ ଉଦ୍ୟମ ବି କରିଥିବା ଭିଜୁଆଲରେ ଦେଖିବାକୁ ମିଳୁଛି। ଏହାସହିତ ୧୭ ତାରିଖରେ ଆଉ ୫ଟି ଗୋରୁ ପୋଲିସ ଜବତ କରିଥିବାବେଳେ ସେଥିରୁ ୩ଟି ଗୋଶାଳାକୁ ଯାଇଥିବା ରେକର୍ଡ ରହିଥିବାବେଳେ ବାକି ୨ଟି ଗୋରୁ କୁଆଡେ ଗଲେ ସେନେଇ ପୋଲିସ କହୁନଥିବା ଅଭିଯୋଗ ହୋଇଛି। ସେପଟେ ଘଟଣାର ତଦନ୍ତ କରାଯାଉଛି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି।

 

Cattle-seized-during-the-day-donations-to-the-mafia-at-night
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories