୧୦ ଫୁଟ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ

  • NH-୬୦ର ବସ୍ତା ବାଇପାସ୍ ନିକଟରେ ଗୋରୁ ଗାଡ଼ି ଦୁର୍ଘଟଣା
  • ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଲା କଣ୍ଟେନର
  • ଗୋରୁ ଗାଡ଼ି ଓଲଟି ୨୦ ଗୋରୁ, ୩ ବ୍ୟକ୍ତିଙ୍କ ମୃତ୍ୟୁ
  • ଟ୍ରକରେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରାଯାଉଛି
  • ଗୋରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ଏକ ଗୋରୁ ବୋଝେଇ ଟ୍ରକ ରାସ୍ତା କଡ଼କୁ ଓଲଟି ପଡ଼ଛି। ଟ୍ରକରେ ଯାଉଥିବା  ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଚାଲାଣ ହେଉଥିବା ୪୦ ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାଯାଇଛି।

କଣ୍ଟେନରରେ ଶତାଧିକ ଗୋରୁ ଲଦା ହୋଇ ଯାଉଥିଲେ। ଟ୍ରକଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା। ବାଟରେ ଏକ ବୋଲେରୋକୁ ଛପଟୁ ଧକ୍କା ଦେଇ ଟ୍ରକ୍‌ଟି ରାସ୍ତା କଡ଼କୁ ୧୦ ଫୁଟ ତଳକୁ ଖସି ପଡ଼ିଲା।  ଫଳରେ  କଣ୍ଟେନରରେ ଥିବା ତିନିଜଣଙ୍କ ମୃତ୍ୟୁ ହୋଇଛି।

ପ୍ରାଥମିକ ସୂଚନାରୁ  ୨୦ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିଲା।  ଶତାଧିକ ଗୋରୁ ଟ୍ରକ ତଳେ ଚାପି ହୋଇ ରହିଥିଲେ। ପରେ ଗୋରୁ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।  ଖବର ପାଇବା ପରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୋରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି।  ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ପରେ ଅବଶିଷ୍ଟ ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର, ହେଲପର ଫେରାର ଥିବା ଜଣାଯାଇଛି।

ପଢନ୍ତୁ: ଏଥର ବଜେଟ୍‌ ହେବ ସରଗରମ: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା

ସୂଚନାଥାଉ କି, ଭଦ୍ରକ, ବାଲେଶ୍ୱରରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଗାଡ଼ି ନିୟମିତ ଓଡ଼ିଶା ସୀମା ଅତିକ୍ରମ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାଇଛି। ହେଲେ ଭଦ୍ରକରୁ ଶେରଗଡ଼, ସେଠାରୁ ଜଳେଶ୍ୱର ଚେକଗେଟ ଦେଇ ଗାଡ଼ିଗୁଡ଼ିକ ଅତିକ୍ରମ କରୁଥିବା ବେଳେ ପୁଲିସ୍‌ କିପରି ଘଟଣା ସମ୍ପର୍କରେ ଜାଣିପାରୁନି, ନା ଜାଣିଶୁଣି ଚୁପ୍‌ ରହୁଛି ତାହା ସନ୍ଦେହ ସୃଷ୍ଟି କରୁଛି। ଅପରପକ୍ଷେ ବାଲେଶ୍ୱରୁ ଯାଉଥିବା ଗୋରୁ ବୋଝେଇ ଗାଡ଼ିଗୁଡ଼ିକ ହଳଦିଆପଦା, ରୁପସା ଓ ବସ୍ତା ଥାନା ଅତିକ୍ରମ କରୁଥିବା ବେଳେ ବି ଏ ସମ୍ପର୍କରେ ପୁଲିସ୍‌ ଟେର ପାଇ ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

You might also like