ରାସ୍ତା ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ୍‌; ୫ ଗୋରୁ ମୃତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭାରସାମ୍ୟ ହରାଇ ଗୋରୁ ବୋଝେଇ ଟ୍ରକ୍‌ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଭଦ୍ରକ ଯାଉଥିଲା ବୋଲି ଜଣାପଡ଼ିଛି।

ଦୁର୍ଘଟଣାପରେ ଟ୍ରକ୍‌ରୁ ଅନ୍ୟ ଗୋରୁ ଗୁଡ଼ିକ ବାହାରି ପଳାଇଥିଲେ। ସେହିପରି ଏହି ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like