• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର: ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଂଜିଲାଲ ଜେଲରୁ ଫେରାର ଉଦ୍ୟମ ଅଭିଯୋଗରେ ରୁଜୁ ହୋଇଛି ନୂଆ ମାମଲା। ଧାରା ୩୪୨, ୨୯୪, ୩୨୩, ୩୫୩, ୩୭୯, ୫୦୬  ଓ IPC ୩୪ରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି।

ଗତ ୨୪ ତାରିଖରେ ଅନ୍ୟ ଅନ୍ତେବାସୀଙ୍କ ସହ ଜେଲ୍‌ରୁ ଫେରାର ହେବାକୁ ପୁଞ୍ଜିଲାଲ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ, ପାଟଣାଗଡ଼ ଜେଲ୍‌ ଗସ୍ତରେ ଆସିଥିଲେ ଦାୟିତ୍ୱରେ ଥିବା ଜେଲ୍‌ ଡିଆଇଜି ଅମିୟ ପଟ୍ଟନାୟକ। ବିଳମ୍ବିତ ରାତି ଯାଏ ଜେଲରେ ଉପସ୍ଥିତ ରହି ଘଟଣାର ଅନୂଧ୍ୟାନ କରିଥିଲେ।

ପରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯାଇ ତଦନ୍ତ ପରେ ପୁଞ୍ଜିଲାଲ ବିରୋଧରେ ଏହି ମାମଲା ହୋଇଛି। କିନ୍ତୁ ଜେଲରୁ ଫେରାର ମାରିବା ଘଟଣାକୁ ଅସ୍ୱୀକାର କରିବା ସହ ଏହା ଏକ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ପୁଞ୍ଜିଲାଲର ସ୍ତ୍ରୀ।

ଗତ ୨୪ ତାରିଖରେ ପୁଂଜିଲାଲ୍‌ ଜେଲ୍‌ରୁ ଫେରାର ହେବା ଘଟଣାର ପରେ ତାଙ୍କ ଓକିଲଙ୍କ ସହ କଥା ହୋଇଥିଲେ ଜେଲ ଡିଆଇଜି ଅମିୟ ପଟ୍ଟନାୟକ। ଏପରିକି ପୁଞ୍ଜିଲାଲକୁ ତାର ଓକିଲ ସହିତ ଦୀର୍ଘ ସମୟ ଧରି ଫୋନ୍‌ରେ କଥାବାର୍ତ୍ତା ପାଇଁ ସୁଯୋଗ ଦେଇଥିଲେ। ହେଲେ ଫୋନ୍ କଥାବାର୍ତ୍ତାରୁ ମିଳିଥିବା ସୂଚନା ଥିଲା ସମ୍ପୂର୍ଣ୍ଣ ଅଲଗା।

ଜେଲ ଭିତରେ ଥିବା ରବି ନାଗ ନାମକ ଜଣେ ଅନ୍ତେବାସୀକୁ କୌଣସି କାରଣରୁ ମାଡ଼ ମାରିଥିଲେ ଜେଲ୍‌ କର୍ମଚାରୀ। ଏହାର ପ୍ରତିବାଦ କରିବାରୁ ପୁଞ୍ଜିଲାଲକୁ ବି ମାଡ଼ ମରାଯାଇଥିଲା। ଏହାକୁ ନେଇ ଅନଶନ କରିଥିଲା ପୁଂଜିଲାଲ। ଦାୟିତ୍ୱରେ ଥିବା ଜେଲ୍  ଡିଆଇଜି ପହଞ୍ଚି ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।

ତେବେ ଆହତ ରବି ନାଗ ଓ ନିଜକୁ ହସ୍‌ପିଟାଲ ନେବାକୁ ଅଡ଼ି ବସିଥିଲା ପୁଞ୍ଜିଲାଲ୍‌। ପୁଞ୍ଜିଲାଲ୍‌କୁ ବୁଝାଇବା ପାଇଁ ବାରମ୍ବାର ତାଙ୍କ ଓକିଲଙ୍କ ସହ ଆଲୋଚନା କରିଥିଲେ ଜେଲ ଅଧିକାରୀ। ଜେଲରୁ କଏଦୀ ଫେରାର ମାରିବା ଘଟଣା ମିଛ ବୋଲି ପୁଞ୍ଜିଲାଲଙ୍କ ଓକିଲଙ୍କ ପାଖରେ ଫୋନରେ ସ୍ୱୀକାର କରିଥିଲେ ଜେଲ ଡିଆଇଜି।

ତେବେ ଥାନାରେ କାହିଁକି ଜେଲ୍‌ରୁ ଫେରାର୍‌ ହେବା ନେଇ ଅଭିଯୋଗ ହୋଇଛି, ତାକୁ ନେଇ ସନ୍ଦେହ।

https://youtu.be/QmkQeLC-7y8

Case-registered-against-wedding-gift-blast-mastermind-punjilal-for-instigating-jail-escape
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories