ଚିଲିକା ହ୍ରଦରେ ବିରଳ ଇରାୱାଡି ଡଲଫିନ୍‌ର ମୃତ୍ୟୁ

ଚିଲିକା: ଚିଲିକା ହ୍ରଦର ମହିଂସା ଗ୍ରାମ ନିକଟରେ ଏକ ଇରାୱାଡି ଡଲଫିନ୍ ମରି ଭାସୁଥିବାର ଦେଖିବାକୁ ମିଳିଛି। ଖବର ପାଇବା ପରେ ସାତପଡ଼ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନ୍‌କୁ ଉଦ୍ଧାର କରିଥିଲେ।

ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜର କହିଛନ୍ତି।

ଏହି ବିରଳ ଇରାୱାଡି ଡଲଫିନ୍ ଚିଲିକା ହ୍ରଦରେ ୧୮୦ରୁ ଅଧିକ ଥିଲେ। ବିଭିନ୍ନ କାରଣରୁ ଏମାନଙ୍କର ମୃତ୍ୟୁ ଘଟୁଥିବାରୁ ଦିନକୁ ଦିନ ଏହି ସଂଖ୍ୟା ହ୍ରାସ ପାଇ ୧୫୬ରେ ପହଞ୍ଚିଲାଣି।

You might also like