ପାଣି ସୁଅରେ ଭାସିଗଲା କାର

ବଣାଇ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି। ରାସ୍ତା, ନାଳ,ଜୋର ସବୁ ଏକାକାର ହୋଇଯାଇଛନ୍ତି। ଏପରି ସ୍ଥିତିରେ ଏକ କାର ଆସୁଥିବାବେଳେ  ପାଣି ସ୍ରୋତରେ  ଭାସିଯାଇଛି। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ।

ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇ ଜାଙ୍ଗଳା ନିକଟ ସିଆଁଜର ନାଳରେ ୪ ଫୁଟର୍‌ ପାଣି ପ୍ରବାହିତ ହେଉଛି। ଏହି ସମୟରେ ଏକ କାର ଯାଉଥିଲା ବେଳେ ଭାସିଯାଇଛି । କାରଟି ରାଉରକେଲା ଛେଣ୍ଡ୍ କଲୋନୀରୁ  ଅନୁଗୁଳ ଆସୁଥିଲା।

ତେବେ କାରରେ ଥିବା ରାଉରକେଲା ଛେଣ୍ଡ କଲୋନୀର ୨ ଜଣ ଭାସି ଯାଇଥିଲେ। ତେବେ ଭାଗ୍ୟକୁ ଉଭୟ ଏକ ଗଛକୁ ଧରି ଅଟକି ରହି ଯିବାରୁ ବର୍ତ୍ତି ଯାଇଥିଲେ।  ଗତକାଲି ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀ ପାଇଥିଲେ।

ଘଟଣାସ୍ଥଳରେ ପହଞ୍ଚି ଅନ୍ଧାର ଭିତରେ  ପହଁରି ପହଁରି  ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । କିନ୍ତୁ ଭାସି ଯାଇଥିବା କାରର କୌଣସି ପତ୍ତା ମିଳୁନ ଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ ବିଜୟ ସାସମଲ । ଉଦ୍ଧାର ହୋଇଥିବା ୨ ଜଣଙ୍କ ସ୍ୱାସ୍ଥାବସ୍ଥା ଭଲ ଅଛି।

 

You might also like