ଘନ କୁହୁଡ଼ି ଯୋଗୁ ଡିଭାଇଡର୍‌ରେ ପିଟି ହେଲା କାର୍

କଟକ: ୧୬ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର-ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି।

ସୂଚନା ଅନୁସାରେ, ଘନ କୁହୁଡ଼ି ଯୋଗୁ ଡିଭାଇଡର୍‌ରେ କାର୍ ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିଲା। ପଶ୍ଚିମବଙ୍ଗ ଆସାନସୋଲରୁ ପୁରୀ ଯାଉଥିବା ବେଳେ ବଇଁଚୁଆ ନିକଟରେ ଏହି ଦୁର୍ଘଟଣା ଘଟିଛି।

You might also like