• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ପୋଲ ବାଡ଼ାରେ ପିଟି ହୋଇ ହଠାତ୍‌ ଚାହୁଁ ଚାହୁଁ ଜଳିଗଲା କାର୍‌। ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗାଁ ନିକଟ ରାଞ୍ଚି-ବିଜୟୱାଡ଼ା ରାଜପଥର ଏକ ପୋଲ ବାଡ଼ାରେ କାର୍‌ ପିଟି ହୋଇ ଜଳି ଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟ୍‌ ସମୟରେ କାର୍‌ଟି ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇଥିଲା। ଏହାପରେ ହଠାତ୍ ଗାଡ଼ିଟି‌ ଜଳି ଯାଇଥିଲା। ଫଳରେ କାର୍‌ ଥିବା ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗୁୁରୁତର ଦୁଇ ଜଣ ଭୂଷଣ କାରଖାନାର କର୍ମଚାରୀ ବୋଲି ଜଣାପଡ଼ିଛି।

https://youtu.be/ynaki39d45w

 

Car-catches-fire-after-hitting-into-roadside-fence
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories