୮ଦିନ ପରେ ବି ଅନ୍ଧାରରେ ରାଜଧାନୀ

ଭୁବନେଶ୍ୱର: ସମନ୍ୱୟ ଅଭାବ ଯୋଗୁଁ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ।  ଫଳରେ ଫୋନିର ୮ ଦିନ ପରେ ବି ଅନ୍ଧାରରେ ରହିଛି ରାଜଧାନୀର। ଅନେକ  ଅଂଚଳ  ରାଜ୍ୟ ବାହାରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ସଠିକ୍ ଭାବେ କାମରେ ଲଗାଇପାରୁନାହାଁନ୍ତି ସରକାର। ଆନୁଷଙ୍ଗିକ ସୁବିଧା  ଓ ଆବଶ୍ୟକ ସଂରଜାମ ଯୋଗାଇ ନ ଦେବାରୁ ବିଜୁଳି ମରାମତି ପାଇଁ ଆସିଥିବା କର୍ମଚାରୀ ହାତବାନ୍ଧି ବସୁଛନ୍ତି । ଏପଟେ କିନ୍ତୁ ସରକାର ଦାବି କରୁଛନ୍ତି କାଲି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦେଇଦେବେ । ତେବେ ବିଜୁଳି ଅଭାବରୁ ଲୋକଙ୍କ ଧୈର୍ଯ୍ୟ  ସୀମା ଡେଇଁଲାଣି।

ସରକାରଙ୍କ ଶକ୍ତି ବିଭାଗର ଅଫିସରଙ୍କ ଅସହଯୋଗ ଓ ସମନ୍ୱୟ ଅଭାବରୁ କାମ ନ କରି ବସି ରହିଛନ୍ତି ୪୦ ଜଣିଆ ଟିମ୍ । ଆଜି ଭୁବନେଶ୍ୱର ବିଡିଏ କଲୋନୀ ନିକଟର  ୧୧ କେଭି ଲାଇନ ମରାମତି ପରେ ୩୩ କେଭି ଖୁଣ୍ଟ ସହ ଏହାକୁ ଯୋଡିବାକୁ ଲାଇନ କ୍ଲିଅରାନ୍ସକୁ ଅପେକ୍ଷା କରି ରହିଥିଲେ ତେଲେଙ୍କାନାର  ଟିମ। ୪ ଘଣ୍ଟା ବସି ରହିବା ପରେ ଆସିଲେ ଚନ୍ଦ୍ରଶେଖରପୁର ଡିଭିଜନ୍‌ର ଅଫିସର । ତଥାପି କ୍ଲିଅନରାନ୍ସ ମିଳିଲାନି କି କାମ ଆଗେଇ ପାରିଲାନି ।

ଫୋନି ଯିବାର ପ୍ରଥମ ଦିନ ଅର୍ଥାତ ୪ ତାରିଖ ଦିନ ଶକ୍ତି ସଚିବ କହିଥିଲେ ସେହିଦିନ ସାରେ ୨୫ ପ୍ରତିଶତ ଅଂଚଳରେ ବିଜୁଳି ଆସିବ ।  ପରେ ଉପଭୋକ୍ତାଙ୍କୁ ବିଜୁଳି ଦେବାକୁ  ଦିନ ଗଡେଇ ଚାଲିଲା ବିଭାଗ । ପରେ ସରକାର କହିଲେ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ରାଜଧାନୀର ସବୁ ଉପଭୋକ୍ତାଙ୍କୁ ବିଜୁଳି ଦିଆଯିବ । ତେବେ ୧୦ ତାରିଖ ପରେ ବି ରାଜଧାନୀର ଅଧାରୁ ଅଧିକ ଅଂଚଳ ଏବେ ବି ଅନ୍ଧାରରେ। ବିଜୁଳିକୁ ଅପେକ୍ଷା କରି କରି ଲୋକଙ୍କ ଧୈର୍ଯ୍ୟ ସୀମା ଡେଇଁବା ପରେ ପ୍ରତିଦିନ କେଉଁଠି ନା କେଉଁଠି  ରାସ୍ତାକୁ ଓହ୍ଲାଉଛନ୍ତି ।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like