ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧି ଆଉ ୨ ଦିନ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ୪୮ ଘଣ୍ଟା ପାଇଁ ଅବଧି ବୃଦ୍ଧି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ଗତ ୧୨ ତାରିଖରେ ବିଶ୍ରା ଅଞ୍ଚଳର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ସେଠାରେ ରହୁଥିବା ପ୍ରାୟ ୧୫ଶହ ପରିବାରର କଣ୍ଟାକ୍ଟ ଟ୍ରେସିଂ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ଏବଂ କିଛି ସରକାରୀ ପ୍ରକ୍ରିୟା ବାକି ରହିଥିବାରୁ କଟକଣା ଅବଧିକୁ ବଢ଼ାଯାଇଛି। ୧୬ ତାରିଖ ଦିନ ୧୧ଟା ୩୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅବଧି ବୃଦ୍ଧି କରାଯାଇଛି।

You might also like