ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା : ମୃତ ବିନୋଦ ବାୟୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ ପ୍ରତିବାଦ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଓଳାଭର ଗାଁରେ ମୃତ ବିନୋଦକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।

ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଗଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗତ ୩୦ ତାରିଖରେ ଗାଁ ଦାଣ୍ଡରେ ବିନୋଦ ବାୟୀଙ୍କୁ ଛୁରୀ ଭୁସୀ ହତ୍ୟା କରାଯାଇଥିଲା।

You might also like