ସ୍ୱାମୀଙ୍କୁ ପକ୍ଷାଘାତ ,ସ୍ତ୍ରୀଙ୍କୁ ହୋଇଛି କର୍କଟ ରୋଗ

 ଅର୍ଥ ସାଜିଛି ବାଧକ, ସରକାରୀ ସାହାଯ୍ୟକୁ ଅପେକ୍ଷା

କଟକ : ରୋଗଶଯ୍ୟାରେ ଦିନ କାଟୁଛନ୍ତି ପତିପତ୍ନୀ । ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ କର୍କଟରେ ଅାକ୍ରାନ୍ତ । ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ସେପଟେ ସରକାରଙ୍କ ସବୁ ଯୋଜନା ଯେମିତି ଏମାନଙ୍କ ପାଇଁ ସାତସପନ ପାଲଟିଛି  ନାଁ ଅଛି ଇନ୍ଦିରା ଅାବାସ , ନାଁ ଅଛି ପାଇଖାନା । ଭଙ୍ଗା କୁଡିଅାରେ ଅଭାବ ଅନଟନରେ ଦିନ କାଟୁଛନ୍ତି ।

ବୟସର ଅପରାହ୍ନରେ ଦାଉ ସାଧିଛି ରୋଗ । ସରକାରଙ୍କ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନି । କଟକ ସଦର ବାଗଦରାପୁର ଗ୍ରାମର ୬୫ ବର୍ଷୀୟ ରାଜେନ୍ଦ୍ର ନନ୍ଦ ଦୀର୍ଘ ୩ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି। ରାଜେନ୍ଦ୍ରଙ୍କ ପତ୍ନୀ ଭାଗ୍ୟବତୀ ନନ୍ଦ କର୍କଟ ରୋଗରେ ପୀଡ଼ିତ।

ଏଭଳି ସ୍ଥିତିରେ ସାହାଯ୍ୟର ହାତ ବଢାଇଛନ୍ତି ଜଣେ ସ୍ୱେଚ୍ଛାସେବୀ । କିନ୍ତୁ ଚିକିତ୍ସା ପାଇଁ ଅାବଶ୍ୟକ ଅଧିକ ଅର୍ଥ । ତେଣୁ ସରକାରୀ ସହାୟତା ଲାଗି ପରିବାର ଲୋକେ ଅାବେଦନ କରିଛନ୍ତି। ଅନ୍ୟପଟେ ଘଟଣା ସଂପର୍କରେ ଜାଣିବା ପରେ ବିଡିଓ କହିଛନ୍ତି, ଜିଲ୍ଲା ରେଡକ୍ରସ୍‌ ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହ ସଂପର୍କ କରି ଅାବଶ୍ୟକୀୟ ସହାୟତା ଯୋଗାଇ ଦେବେ।

You might also like