ଭୁବନେଶ୍ୱରରେ ଲୋକାର୍ପିତ ହେଲା କ୍ୟାନ୍‌ସର ଗାଇଡ୍ ଆପ୍

ଭୁବନେଶ୍ୱର : କ୍ୟାନ୍‌ସର ଲକ୍ଷଣ, ନିରାକରଣ ଏବଂ ଚିକିତ୍ସାର ବ୍ୟବସ୍ଥା ଏବେ ମୋବାଇଲରେ ଉପଲବ୍ଧ ହେବ। ଏନେଇ ଲୋକଙ୍କୁ ଅବଗତ କରାଇବାକୁ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଉମିଦେଁ’ ଏକ କ୍ୟାନ୍‌ସର ଆପ୍ ଲୋକାର୍ପଣ କରିଛି।

ଏହି ଆପ୍ ମୋବାଇଲରେ ଡାଉନ୍‌ଲୋଡ୍ ହେବା ପରେ ବିନା ଇଣ୍ଟରନେଟ୍‌ରେ ପରବର୍ତ୍ତୀ ସମୟରେ ଚାଲିପାରିବ। ଏଥିରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସବୁ ପ୍ରକାର ତଥ୍ୟ ଉପଲବ୍ଧ ରହିଛି।

You might also like