ରେଲୱେ ଟିକେଟ ଫେରସ୍ତ ନିୟମ କୋହଳ

ଭୁବନେଶ୍ୱର: ଟିକେଟ୍ ବାତିଲ ପରେ ଟଙ୍କା ମିଳିବାକୁ ନେଇ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଟିକେଟ ଫେରସ୍ତ ପାଇଁ ନିୟମକୁ କୋହଳ କରିଛି ଭାରତୀୟ ରେଲୱେ। ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଯାଏଁ ଯେଉଁ ସବୁ ଟ୍ରେନ୍ ବାତିଲ୍ ହୋଇଛି, ସେହି ଟ୍ରେନ ଯାତ୍ରୀ ଯାତ୍ରା ତାରିଖଠାରୁ ୪୫ ଦିନ ମଧ୍ୟରେ ଟିକେଟ୍ ଦାଖଲ କରି କାଉଣ୍ଟରରୁ ଟଙ୍କା ନେଇପାରିବେ।

ସେହିପରି ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଭିତରେ ଯେଉଁ ଟ୍ରେନ୍ ବାତିଲ୍ ହୋଇନାହିଁ, ସେହି ଟ୍ରେନ ଯାତ୍ରୀମାନେ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ ଟିକେଟ ଡିପୋଜିଟ୍ ରିସିପ୍ଟ ବା ଟିଡିଆର୍ ଦାଖଲ କରିପାରିବେ।

ଯେଉଁ ଯାତ୍ରୀ ୧୩୯ ରେଲ୍ ସମ୍ପର୍କ ଏସ୍ଏମ୍ଏସ୍ ମାଧ୍ୟମରେ ଟିକେଟ ବାତିଲ୍ କରିବାକୁ ଚାହୁଛନ୍ତି, ସେମାନେ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ କାଉଣ୍ଟରରେ ଟିକେଟ୍ ଦେଇ ଟଙ୍କା ଫେରିପାଇବେ ବୋଲି ଭାରତୀୟ ରେଲୱେ ସୂଚନା ଦେଇଛି।

କରୋନା ଯୋଗୁ ରେଳଯାତ୍ରୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଟ୍ରେନ ଚଳାଚଳ ବାତିଲ ହେବା ଯୋଗୁ ଚିନ୍ତାରେ ଯାତ୍ରୀ ରହିଛନ୍ତି।

You might also like