କରୋନା ସଂକ୍ରମଣକୁ ରୋକିପାରିବ କି ହୋମ୍ ଆଇସୋଲେସନ?

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପଡୁଛି ଅଧିକ ଚାପ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି। ଫୋକସ୍‌ରେ ରହିଛି ହୋମ ଆଇସୋଲେସନ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାକୁ ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ତେବେ ଏହି ବ୍ୟବସ୍ଥା ଦ୍ୱାରା ସଂକ୍ରମଣକୁ ରୋକି ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।

ହୋମ୍ ଆଇସୋଲେସନ୍ ଉପରେ ସରକାରଙ୍କ ଗୁରୁତ୍ୱ ଏଣିକି ଲକ୍ଷଣ ନଥିବା କିମ୍ବା ଯେଉଁମାନଙ୍କର ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ ରହିବାକୁ ମିଳିବ ଅନୁମତି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲାଗୁ କରାଯିବ। ଏହା ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଚିଠି ଲେଖିବା ସହ ଉତ୍ତରଦାୟିତ୍ୱ ଫିକ୍ସ କରିଛନ୍ତି ଏସଆରସି।

ତେବେ ସେଥିପାଇଁ ସ୍ୱତନ୍ତ୍ର ରୁମ ଏବଂ ପାଇଖାନା ଥିବା ଜରୁରୀ। ସେହିପରି ଗ୍ରାମ ପଞ୍ଚାୟତରେ ନୋଡାଲ ଅଫିସର ଓ ସହରାଞ୍ଚଳରେ ଓ୍ୱାର୍ଡ ନୋଡ଼ାଲ ଅଫିସରଙ୍କୁ ଦିଆଯାଇଛି ଦାୟିତ୍ୱ। ଜିଲ୍ଲା ଏମରଜେନ୍ସି ଅଫିସରଙ୍କ ଉପରେ ମଧ୍ୟ ନ୍ୟସ୍ତ କରାଯାଇଛି ଦାୟିତ୍ୱ ତେବେ ହୋମ ଆଇସୋଲେସନରେ ଆକ୍ରାନ୍ତମାନେ ଘରେ ରହି ସରକାରୀ ଚିକିତ୍ସା ପାଇପାରିବେ।

ସେପଟେ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନର ମାନେ ହୋମ ଆଇସୋଲେସନ କାର୍ଯ୍ୟକାରୀ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହା କାର୍ଯ୍ୟକାରୀ କରିବାକୁ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ବିଭାଗୀୟ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like