ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କଲେଜ୍‌ କ୍ୟାମ୍ପସ୍‌

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କଲେଜ୍ କ୍ୟାମ୍ପସ୍‌ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ଆଶାୟୀ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ମନାଇବା ପାଇଁ ବର୍ତ୍ତମାନଠୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ କଲେଜ୍‌ ଛାତ୍ର ସଂସଦ ନିର୍ବାଚନ ନେଇ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କଲେଜ୍‌ ନିର୍ବାଚନ ସମ୍ପର୍କିତ ଗାଇଡ୍‌ଲାଇନ୍‌କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ପଠାଇ ଦେଇଛନ୍ତି। ଗାଇଡ୍‌ଲାଇନ୍‌ ନେଇ କୌଣସି ପରିସ୍ଥିତିରେ କ୍ୟାମ୍ପସ୍‌ରେ ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ହିଂସାକାଣ୍ଡ ଘଟିଲେ କଲେଜ୍‌ ଅଧ୍ୟକ୍ଷ ନିଷ୍ପତ୍ତି ନେଇପାରିବେ।

ପ୍ରକାଶ ଥାଉକି, ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

You might also like