ଖୁବ୍‌ଶୀଘ୍ର ଆପଣଙ୍କ ସମସ୍ୟା ପଚାରି ବୁଝିବ କଲ୍‌ ସେଣ୍ଟର୍‌

ଭୁବନେଶ୍ୱର: ଆବାସ ଯୋଜନା ଲାଗି କଲ୍ ସେଣ୍ଟର ରହିବ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ଏହି କଲ୍ ସେଣ୍ଟର ହେବ। ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ। ଏନେଇ ସବୁ ଜିଲ୍ଲାର ପିଡି ଡିଆର୍‌ଡିଏମାନଙ୍କୁ ଚିଠି ଲେଖିଛନ୍ତି।

ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବା ଲାଗି ଏହି କଲ୍ ସେଣ୍ଟର ରହିବ। ଦୈନିକ କଲ୍ ସେଣ୍ଟରରୁ ହିତାଧିକାରୀଙ୍କ ନିକଟକୁ ଟେଲିଫୋନ୍ ଯିବ। ହିତାଧିକାରୀଙ୍କୁ କେହି ହଇରାଣ କରୁଛି କି ନାହିଁ କିମ୍ବା ଟଙ୍କା ମାଗୁଛି କି ବୋଲି ପଚାରିବେ। ଏହି କଲସେଣ୍ଟର କର୍ମଚାରୀ ଦୈନିକ ଅତି କମରେ ୫୦ଟି ଟେଲିଫୋନ୍ କଲ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

You might also like