ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ଲୋକାଲ କେବୁଲ୍‌ ପ୍ରସାରଣ ସେବା

ପ୍ଲାନକୁ ବିରୋଧ କରୁଛି ଲୋକାଲ କେବୁଲ ଅପରେଟର୍ସ ଆସୋସିଏସନ୍

ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ କେବୁଲ ଟିଭି ପ୍ରସାରଣ। ଟ୍ରାଇର ନୂଆ ତାରିଫ୍ ପ୍ଲାନ୍‌କୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛି ଲୋକାଲ୍ କେବୁଲ ଅପରେଟର୍ସ ସଂଘ।

ଏହି ନିଷ୍ପତ୍ତିକୁ ଓଡ଼ିଶା ଲୋକାଲ କେବୁଲ ଅପରେଟର୍ସ ସଂଘ ମଧ୍ୟ ସମର୍ଥନ କରିବ। ଗତକାଲି ଏକ ପ୍ରେସ୍‌ମିଟ୍‌ରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।  କେବୁଲ ଟିଭି ପାଇଁ ନିଆଯାଇଥିବା ନୂଆ ଟାରିଫ୍‌ ପ୍ଲାନ୍ ଦ୍ୱାରା ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଲୋକାଲ କେବୁଲ ଟିଭି ଅପରେଟର୍ସଙ୍କ ଉପରେ ଏହାର ପ୍ରଭାବ ପଡୁଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

 

You might also like