ଗୌବାଙ୍କ ସତର୍କବାଣୀ ! କହିଲେ- ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛୁ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତିରେ ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା ବେଳେ କ୍ୟାବିନେଟ ସଚିବ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସତର୍କ କରାଇ କହିଦେଇଛନ୍ତି ଯେ, ସେପ୍ଟେମ୍ବରରେ ପିକ୍‌ ଯାଇଥିଲା ଦୈନିକ ସଂକ୍ରମଣ। ସେହି ମାସରେ ଦୈନିକ ୯୭ ହଜାର ଆକ୍ରାନ୍ତଙ୍କ ତଥ୍ୟ ମିଳୁଥିଲା। କିନ୍ତୁ ଆଜିର ସ୍ଥିତିରେ ଦୈନିକ ୮୮ ହଜାର କେସ୍ ଚିହ୍ନଟ ହେଉଛି।

ଅର୍ଥାତ ଆମେ ପୂର୍ବ ସ୍ଥିତିକୁ ଫେରୁଛେ ବୋଲି କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ। ଦେଶରେ ବର୍ତ୍ତମାନ ୧୧ଟି ରାଜ୍ୟରେ ସ୍ଥିତି ଖରାପ ଥିବା ସଚିବ କହିଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତ ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର।

ତେଣୁ ତ୍ୱରିତ ପଦକ୍ଷେପ ନେଇ କଣ୍ଟେନମେଣ୍ଟ ଜୋନ୍ କରି ସ୍ଥିତି ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଛନ୍ତି। ତାସହ ଟେଷ୍ଟିଂକୁ ବଢ଼ାଇବା ସହ ଅନୁନ୍ୟ ୭୦ ପ୍ରତିଶତ RTPCR ଟେଷ୍ଟ ଏବଂ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

You might also like