• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସେଲ୍ଫ କ୍ୱାରେଣ୍ଟିନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ, ପ୍ରତାପ ନିଜ ଆଡ଼ୁ କ୍ୱାରେଣ୍ଟିନରେ ଥିବା ଟୁଇଟ୍ କରି ଜଣାଇଛନ୍ତି।


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନି, ସେ ଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନରେ ସଂଗରୋଧରେ ଅଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୨ ତାରିଖରେ ବାଲେଶ୍ୱରର ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ଶ୍ରୀ ନାୟକଙ୍କ ସହ ସେ ମିଳାମିଶା କରିଥିଲେ। ୩ ତାରିଖରେ ମଧ୍ୟ ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ହୋଇଥିଲେ।

ଶ୍ରୀ ନାୟକ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରତିଷେଧମୂଳକ ପଦକ୍ଷେପ ସୂରୂପ ସେ ସେଲଫ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ୍‌ କରି ଜଣାଇଛନ୍ତି। ତେବେ ସେ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଅଛନ୍ତି ଏବଂ ଏବେ ସୁସ୍ଥ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Cabinet-minister-pratap-sarangi-staying-self-quarentine
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories