ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି, ବିଜେପି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ, ବିଧାୟକ ସାମିଲ ହୋଇଛନ୍ତି। ବିଜେଡିର ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ରହିଛନ୍ତି।

ସେହିପରି ବିଜେପି ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ବିଜେପିର ସମୀର ମହାନ୍ତି, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ୍ତ ନାଏକ, ସୌଦାନ ସିଂ, ଅରୁଣ ସିଂ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ଅଶ୍ୱିନୀ ବୈଷ୍ଣବ, ବିଜୟ ମହାପାତ୍ର, ପ୍ରକାଶ ମିଶ୍ର ସାମିଲ ହୋଇଛନ୍ତି।

ସେହିପରି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଆଜି ବିଜେଡି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜୟ ଶଙ୍କର ଦାସ। ସେ ଦଳୀୟ ନେତା ଓ ସମର୍ଥକଙ୍କ ଗହଣରେ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜୟଙ୍କ ନାମାଙ୍କନା ଦାଖଲ ଶୋଭାଯାତ୍ରାରେ ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେଡିର ବରିଷ୍ଠ ନେତା ସଂଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ। ଏହା ପୂର୍ବରୁ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପିରୁ ରାଜକିଶୋର ବେହେରା ଏବଂ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ନାମାଙ୍କନ ପତ୍ର ଭରିସାରିଛନ୍ତି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like