୧୯ରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ

ବାରିପଦା: ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ ହେବ।  ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୁଗୁଡାକଟା, ପୂର୍ଣ୍ଣଚନ୍ଦ୍ରପୁର, ଖାବୁଆ, ଅଠାପଡ଼ା ବୁଥ୍‌ରେ ସାନି ମତଦାନ ହେବ।

ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖାରୁଶୋଳରେ ମଧ୍ୟ ସାନି ମତଦାନ କରାଯିବ। ଏହି ସବୁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଥିବାରୁ ମତଦାନ ହୋଇ ପାରିନଥିଲା।

୧୯ତାରିଖ ଦିନ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ।  ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୂରଭଞ୍ଜର ଲୋକସଭା ଆସନ ସହ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ହୋଇଥିଲା।

You might also like