ବ୍ୟଞ୍ଜନ ଦ୍ୱାଦଶୀରେ ଲାଗି ହେଲା ୧୦୮ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ
ପୁରୀ: ଆଜି ବ୍ୟଞ୍ଜନ ଦ୍ୱାଦଶୀ ଏହି ଅବସରରେ ପୁରୀ ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୋଇଛି ୧୦୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ।
ଏହି ସ୍ୱାଦିଷ୍ଟ ବ୍ୟାଞ୍ଜନ ମଧ୍ୟରେ ରହିଛି ଅନ୍ନ, ତରକାରୀ, ମିଠା, ପିଠା ଓ କ୍ଷୀରି ଭଳି ଶତାଧିକ ପ୍ରକାର ନୈବେଦ୍ୟ।
ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମିନଥିଲା। କୋଭିଡ୍ କଟକଣାରେ ଆଶ୍ରମକୁ ଆସିଥିଲେ ଶ୍ରଦ୍ଧାଳୁ।
କେବଳ କିଛି ଭକ୍ତଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କହିଛନ୍ତି ମଠାଧିଶ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାଆ ଯଶୋଦା ଏହି ଦ୍ୱାଦଶୀ ତିଥିରେ ନାନା ରକମର ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର ବିଶ୍ୱାସ କରାଯାଏ। ସେହି ଉଦ୍ଦେଶ୍ୟରେ ପାଳିତ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ।