ସଫଳ ରଥଯାତ୍ରା ଆୟୋଜନ ପାଇଁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ
ପୁରୀ: କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି।
‘ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ। ସେବାୟତଙ୍କ ଉତ୍ସର୍ଗୀକୃତ ସେବା ଦ୍ୱାରା ରଥଯାତ୍ରା ସଫଳ ହେଲା। ଏଥିସହ କୋଭିଡ୍ ନିୟମ ମାନି ଘରେ ରହି ଟିଭିରେ ରଥଯାତ୍ରା ଦେଖିଥିବାରୁ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା’ ଜଣାଇଛନ୍ତି ଗଜପତି ମହାରାଜ।
ସୂଚନାଯୋଗ୍ୟ, ଗତକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି। ନୀଳକନ୍ଦରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂରତି।