• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପାଇଁ NMAର ଚିଠା ଅଧିନିୟମକୁ ନେଇ ତେଜୁଛି ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚିଠା ଅଧିନିୟମ ବା ବାଇ-ଲ ଜାରି ହୋଇନଥିଲେ ମଧ୍ୟ ଏହା ପ୍ରତ୍ୟାହାର ଲାଗି NMA କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ସେହିପରି ବ୍ରହ୍ମେଶ୍ୱର ମନ୍ଦିିର ଲାଗି ଜାରି ବାଇ-ଲକୁ ପ୍ରତ୍ୟାହାର ଲାଗି ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର। ଲିଙ୍ଗରାଜ ମନ୍ଦିରର ୪ ସେବାୟତ ନିଯୋଗ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ବିଜେଡି ନେତାମାନ ବି ଘନ ଘନ କେନ୍ଦ୍ରକୁ ଟାର୍ଗେଟ୍ କରୁଥିବା ବେଳେ ବିଜେପି ପାଲଟା ଦୋଷାରୋପ କରି କହିଛି ଯେ, ଐତିହ୍ୟକୁ ବୁଲ୍ଡୋଜର ଲଗାଇ ରାଜ୍ୟ ସରକାର ନଷ୍ଟ କରୁଛନ୍ତି, ହେଲେ କେନ୍ଦ୍ର ଓଡ଼ିଆ ସଂସ୍କୃତି-ଐତିହ୍ୟ ବିରୋଧୀ ବୋଲି ଅଯଥା ବିଭ୍ରାନ୍ତ କରୁଛନ୍ତି।

NMAର ପ୍ରସ୍ତାବିତ ବାଇ-ଲକୁ ନେଇ ତୀବ୍ର ହେଉଛି ବିବାଦ। ପୁରୀ ଶ୍ରୀମନ୍ଦିର ବାଇ-ଲ ପ୍ରତ୍ୟାହର ପରେ ଏକାମ୍ର କ୍ଷେତ୍ର ପାଇଁ ଆସିଥିବା ଚିଠା ଅଧିନିୟମ ବି ଫେରାଇ ନେବାକୁ ଦାବି ଜୋର୍ ଧରୁଛି। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ। ଏନ୍ଏମ୍ଏର ସଦସ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଲିଙ୍ଗରାଜ, ସେବକ ଓ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଚିଠା ଅଧିନିୟମକୁ ପ୍ରତ୍ୟାହର କରାଯାଉ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଯାଏଁ ଲିଙ୍ଗରାଜ ମନ୍ଦିର ପାଇଁ ବାଇ-ଲ ଜାରି କରାଯାଇନି। କେବଳ ଅନନ୍ତ ବାସୁଦେବ ମନ୍ଦିର ଲାଗି ଚିଠା ବାଇ-ଲ ଜାରି କରାଯାଇ ଜନମତ ଲୋଡ଼ାଯାଇଛି। ସେହିପରି ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ହୋଇଥିବା ଡ୍ରାଫ୍ଟ ବାଇ-ଲକୁ ମଧ୍ୟ ପ୍ରତ୍ୟାହର କରିବାକୁ ଚିଠି ଲେଖିଥିଲା ଦେବୋତ୍ତର କମିଶନ୍। ଅନ୍ୟପଟେ ଆଜି ଲିଙ୍ଗରାଜ ମନ୍ଦିରର ୪ ସେବାୟତ ନିଯୋଗ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସମାନ ଦାବି ଦୋହରାଇଥିଲେ। ୨୪ ଘଣ୍ଟା ଭିତରେ ବାଇ-ଲ କୁ ପ୍ରତ୍ୟାହର କରିବା ସହ ମନ୍ଦିରକୁ ନେଇ ରାଜନୀତି କରାନଯାଉ ବୋଲି ନିଯୋଗମାନଙ୍କ ପକ୍ଷରୁ କୁହାଯାଇଛି।

ଗତ ୮ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ସଂପର୍କରେ ସୂଚନା ଦେବାପରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସେବାୟତ ଓ କିଛି ବିଜେଡି ନେତା ଦୀପ ଜାଳି ଏହାକୁ ସ୍ୱାଗତ କରିଥିଲେ। ତେବେ ପରଦିନ ଚିଠା ଅଧିନିୟମ କେବଳ ଶ୍ରୀମନ୍ଦିର ପାଇଁ ପ୍ରତ୍ୟାହୃତ ହୋଇଛି, ଅନ୍ୟ ଐତିହ୍ୟ ପାଇଁ କାଏମ୍ ରହିଥିବା କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିବା ପରଠାରୁ ଏକାମ୍ର କ୍ଷେତ୍ରରେ ବିବାଦ ଲାଗି ରହିଛି।

ଗତକାଲି ବିଜେଡି ମୁଖାପତ୍ର ଶ୍ରୀମୟୀ ମିଶ୍ର ଟ୍ୱିଟ୍ କରି ଏକାମ୍ର କ୍ଷେତ୍ରର ବିକାଶରେ NMA ଓ ASI ଅଙ୍କୁଶ ଲଗାଇବାକୁ ପ୍ରୟାସ କରୁଥିବା କହି ଟାର୍ଗେଟ୍ କରିଥିଲେ। ଆଉ ଆଜି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଶୁକସାରୀ ମନ୍ଦିର ନିକଟରେ ବୁଲ୍ଡୋଜର ଲଗାଇ ଐତିହ୍ୟକୁ ନଷ୍ଟ କରାଯାଇଥିବା କହି ପାଲଟା ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ NMA ବାଇ-ଲ ପ୍ରତ୍ୟାହାର ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସ୍ଥାନୀୟ ଲୋକ ଓ ରାଜ୍ୟ ସରକାରଙ୍କ ସହ ଆଲୋନା କରି ପଦକ୍ଷେପ ନିଆଯିବ ବୋଲି କହିବା ପରେ ମଧ୍ୟ ଏକାମ୍ର କ୍ଷେତ୍ରକୁ ନେଇ ବିବାଦ ଥମିବାର ନାଁ ଧରୁନି।

ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ , ଜଗଦୀଶ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ

By-law-contervercy-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories