ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ୩୦ ଲକ୍ଷ ଟଙ୍କା ମିଳିବ।

ଉପନିର୍ବାଚନରେ ନିୟୋଜିତ ପୋଲିଂ ଏବଂ ସୁରକ୍ଷା କର୍ମଚାରୀ ଓ ନିୟୋଜିତ ଇଞ୍ଜିନୟରଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ୩୦ ଲକ୍ଷ ଟଙ୍କା ମିଳିବ। ଏହି ଅନୁକମ୍ପା ରାଶି ନେଇ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ଆଗରୁ କରୋନା ଯୋଦ୍ଧାଙ୍କ ପ୍ରତି ଅନୁକମ୍ପା ରାଶି ଘୋଷଣା କରିଥିଲେ କେନ୍ଦ୍ର ସରକାର। କରୋନା ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଥିଲେ। ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ। ଡାକ୍ତର, ନର୍ସଙ୍କ ଠାରୁ ଆଶା କର୍ମୀ ଯାଏ ଯୋଜନାର ଲାଭ ପାଇବେ। ଏହି ଯୋଜନାରେ ପ୍ରାୟ ୨୦ ଲକ୍ଷ କର୍ମଚାରୀ ଲାଭବାନ ହେବେ।

You might also like