ଖାକିରେ କଳଙ୍କ; ପୁଲିସ ବିରୋଧରେ ଦବଙ୍ଗଗିରି ଅଭିଯୋଗ ଆଣିଲେ ବ୍ୟବସାୟୀ

ବରଗଡ଼: ଖାକି ବର୍ଦିରେ ଲାଗିଛି କଳଙ୍କ। ବରଗଡ଼ର ଜଣେ ବ୍ୟବସାୟୀ ନନ୍ଦଲାଲ ପ୍ରସାଦ ପୁଲିସ ବିରୋଧରେ ଦବଙ୍ଗଗିରି ଅଭିଯୋଗ ଆଣିଛନ୍ତି। ପିସିଆର୍ ଭ୍ୟାନ୍‌ର ୪ କର୍ମଚାରୀ ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦଙ୍କଠୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ,ପାଇକମାଳରୁ ବସ୍ ଯୋଗେ ସମ୍ବଲପୁର ଯାଉଥିଲେ ନନ୍ଦଲାଲ୍ । ତେବେ ଏହି ସମୟରେ ଭଟଲି ଛକରେ ବସ୍ ଭିତରେ ପଶି ପିସିଆର୍‌ ଭ୍ୟାନ୍‌ର କିଛି କର୍ମଚାରୀ ତାଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଏହାପରେ ତାଙ୍କ ପାଖରେ ଥିବା ସାଢ଼େ ୪ ଲକ୍ଷ ଟଙ୍କା ରଖିଥିଲେ ପୁଲିସ। ତଦନ୍ତ ପରେ ଟଙ୍କା ଫେରାଇ ଦେବାକୁ କହିଥିଲେ। ହେଲେ ଟଙ୍କା ନଫେରାଇବାରୁ ଏନେଇ ଏତଲା ଦେଇଛନ୍ତି ନନ୍ଦଲାଲ୍ । ବରଗଡ଼ ଏସ୍‌ପିଙ୍କୁ ଭେଟି ଏ ନେଇ ଅଭିଯୋଗ କରିଛନ୍ତି ନନ୍ଦଲାଲ୍ । ନନ୍ଦଲାଲ୍‌ଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ଘଟଣାରେ ମୁହଁ ଖୋଲୁ ନ ଥିବା ବେଳେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦଲାଲଙ୍କ ଅଭିଯୋଗ ଉପରେ ତଦନ୍ତ ଚଳାଇଛି।

You might also like