ଘରକୁ ଫେରୁଥିବା ବେଳେ ହୋଟେଲ୍‌ ମାଲିକଙ୍କ ଉପରକୁ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ରାଉରକେଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହୋଟେଲ ମାଲିକ ସଜନ ମିତ୍ତଲ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୋଟେଲ୍‌  କାମ ସାରି ସଜନ ଘରକୁ ଫେରୁଥିଲେ। ଏହି ସମୟରେ ଯୋଜନା ମୁତାବକ ପୂର୍ବରୁ ଛକି ରହିଥିବା ୨ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ରାଉରକେଲା ଡିଲକ୍ସ ହୋଟେଲ୍‌ ଗଳିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ IGHରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତି ପ୍ରାୟ ୩ଟାରେ ତାଙ୍କ ମୃତ୍ୟୁ ହୋଇଛି।

ପ୍ଲାଣ୍ଟ ସାଇଟ୍‌ ପୋଲିସ୍‌‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କିଏ ଓ କାହିଁକି ବ୍ୟବସାୟୀଙ୍କୁ ହତ୍ୟା କଲା ? ହତ୍ୟା ପଛର କାରଣ କ’ଣ ? ସେନେଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ବ୍ୟବସାୟିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

You might also like