୬ ଦିନ ପରେ ଘରକୁ ଫେରିଲେ ଅପହୃତ ବ୍ୟବସାୟୀ

ରାଉରକେଲା: ଅପହରଣର ୬ ଦିନ ପରେ ଘରକୁ ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡ। ଗତକାଲି ରାତିରେ ରହସ୍ୟଜନକ ଭାବେ ଘରକୁ ଫେରିଥିବା ସୂଚନା ମିଳିଛି।

ଏଠି କହି ରଖିବୁ, ଗତ ଶନିବାର ସନ୍ଧ୍ୟାରେ ପ୍ରଦୀପ ଅପହୃତ ହୋଇଥିବା ଜଣା ପଡ଼ିଥିଲା।  ପ୍ରଦୀପ ବିଜାବାହାଲରେ ଥିବା କ୍ରସରରୁ ଘରକୁ ଫେରୁଥିଲେ। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଥିଲା।

ପୋଲିସ ଖୋଜାଖୋଜି କରିବା ପରେ ରାଜପଥଠାରୁ ୨୦୦ ମିଟର ଦୂରରୁ ପ୍ରଦୀପଙ୍କ କାର୍‌ ମିଳିଥିଲା।  କାର୍‌ରୁ ତାଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ ଇଞ୍ଜେକ୍ସନ ସିରିଞ୍ଜ ପୋଲିସ ଜବତ କରିଥିଲା । ପୋଲିସ୍‌ ଫୋନ୍‌କୁ ଜବତ କରି ଯାଞ୍ଚ କରୁଥିଲା।

ତେବେ ତାଙ୍କୁ କିଏ ଓ କାହିଁକି ଅପହରଣ କରିଛି ସେ ନେଇ ପୋଲିସ ତଲାସି କରୁଥିବାବେଳେ ହଠାତ୍‌ ସେ ଘରକୁ ଫେରି ଆସିଥିବା ସୂଚନା ମିଳିଛି।

 

You might also like