କେବଳ ଗ୍ରୀନ ଜୋନରେ ଚାଲିବ ବସ୍

ଭୁବନେଶ୍ୱର: କେବଳ ଗ୍ରୀନ ଜୋନରେ ହିଁ ବସ୍ ଚାଲିବ। ଏନେଇ ଆଜି ନୀତିଗତ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡଲାଇନ୍ ଅନୁସାରେ ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିପାରିବ। ବସରେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅରେଞ୍ଜ କିମ୍ବା ରେଡ୍ ଜୋନ୍‌ରେ ବସ୍ ଚାଲିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅରେଞ୍ଜ କିମ୍ବା ରେଡ୍ ଜୋନ୍ ଦେଇ କୌଣସି ବସ୍ ଯାଇପାରିବ ନାହିଁ ବୋଲି ଏସ୍‌ଆରସି ସ୍ପଷ୍ଟ କରିଛନ୍ତି।

ଗ୍ରୀନ୍ ଜୋନ୍- ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ, ପୁରୀ

You might also like