ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍। ଗ୍ରୀନ୍ ଜୋନ୍‌ରେ OSRTC ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ବସ୍‌ ଚଳାଚଳ କରିବା ପାଇଁ ଘରୋଇ ବସ୍ ମାଲିକମାନେ ରାଜି ନ ହେବାରୁ ଗ୍ରୀନ୍ ଜୋନ୍‌ରେ ସରକାରୀ ବସ୍ ଗଡ଼ିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍‌ ଭଡ଼ା ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ, ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ କଟକ-ଭୁବନେଶ୍ୱର ମଧ୍ୟରେ OSRTCର ଗୋଟିଏ ବସ୍ ଚଳାଚଳ ଆରମ୍ଭ କରିଛି। ବସ୍‌ଟି ଆଜି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରା କରିଛି। ଏହି ବସ୍‌ଟି ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲା ନିକଟରେ ପହଞ୍ଚିଛି। 

ଅନ୍ୟପକ୍ଷରେ, ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କିଛି ସଙ୍କେତ ଦେଇଛନ୍ତି। କିନ୍ତୁ ଏଥର ଲକଡାଉନ୍‌ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବ।

You might also like