କାଲିଠୁ ଗଡ଼ିବ କଟକ-ଭୁବନେଶ୍ୱର ବସ୍

ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍।

କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଛି। କରୋନା ଯୋଗୁ ଅଧିକ ପ୍ରଭାବିତ ହୋଇନଥିବା ଅଞ୍ଚଳରେ କଟକଣା କୋହଳ ହୋଇଥିବା ବେଳେ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ କଟକଣା ଏ‍ବେବି ଜାରି ରହିଛି।

ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ମେ’ ୧୭ରେ ଏହି ଲକ୍‌ଡାଉନ୍‌ ଅବଧି ସରିବ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ ଅବଧି ବଢ଼ିବ କି ? ନା ଏହାକୁ ହଟାଇ ଦିଆଯିବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ ଟ୍ୱିନ୍‌ସିଟି ମଧ୍ୟରେ ବସ୍‌ ଚଳାଚଳକୁ ନେଇ ରାଜ୍ୟ ସରକାର କରିଥିବା ଘୋଷଣା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।

You might also like