ଜୁନ୍ ୧ ସୁଦ୍ଧା ରାଜ୍ୟରେ ବସ୍ ଚଳାଚଳ‌ ସ୍ୱାଭାବିକ ହୋଇପାରେ

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି। ହେଲେ ବସ୍ ଚଳାଚଳ ସ୍ୱାଭାବିକ ନ ଥିବା ଦେଖିବାକୁ ମିଳିଛି। କେଉଁଠି ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଅଛି, ହେଲେ ଯାତ୍ରୀ ନାହାନ୍ତି। ଆଉ କେଉଁଠି ଯାତ୍ରୀ ବସ୍‌କୁ ଅପେକ୍ଷା କରିଛନ୍ତି ହେଲେ ବସ୍ ନାହିଁ।

ବସ୍ ଚଳାଚଳ ସ୍ୱାଭାବିକ ନ ହେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଧୀରେ ଧୀରେ ବସ୍ ଚଳାଚଳ ସ୍ୱାଭାବିକ ହେବ। ଜୁନ୍ ୧ ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ରଖିଛୁ। ଲକ୍‌ଡାଉନ୍‌ ପାଇଁ ଏବେ ବସ୍‌ ଗୁଡ଼ିକରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ସେହିପରି ଅଢ଼େଇ ମାସ ବନ୍ଦ ଥିବାରୁ ଗାଡ଼ିର ଯନ୍ତ୍ରାଂଶରେ କିଛି ସମସ୍ୟା ରହିଛି। ତେଣୁ ଧୀରେ ଧୀରେ ବସ୍ ଚଳାଚଳ ସ୍ୱାଭାବିକ ହେବ। ’

ଯାତ୍ରା ବେଳେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ କୁହାଯାଇଛି। ତେବେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ବସ୍‌ଷ୍ଟାଣ୍ଡ୍‌ରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

You might also like