ଭଦ୍ରକରେ ୨୪ ଘଣ୍ଟିଆ ଲୋକାଲ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ ଅଞ୍ଚଳକୁ ୨୪ ଘଣ୍ଟିଆ ଲୋକାଲ୍‌ ବସ୍‌ ଚଳାଚଳ ବନ୍ଦ ରହିଛି।

ଆଜି ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍‌ ସିଣ୍ଡିକେଟ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ୍‌ ଅଞ୍ଚଳକୁ ଲୋକାଲ୍ ବସ୍‌ ଗୁଡ଼ିକ ଚଳାଚଳ କରୁଛି। ହେଲେ ଏହି ସବୁ ରୁଟ୍‌ରେ ବହୁ ସଂଖ୍ୟାରେ ଟାଟା ଏସି, ଟାଟା ମ୍ୟାଜିକ୍‌ ଗାଡ଼ି  ମଧ୍ୟ ଯାତାୟତ  କରୁଛି। ତେବେ ଲୋକାଲ୍‌ ବସ୍‌ ପହଞ୍ଚିବା ପୂର୍ବରୁ ଏହି ଗାଡ଼ି ଗୁଡ଼ିକ ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି। ଯେଉଁଥିପାଇଁ ବସ୍‌ ଗୁଡ଼ିକ ଖାଲିରେ ଯିବା ସହ ଏହାର ମାଲିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି।

 

ଏନେଇ ଆଞ୍ଚଳିକ ପରିବହନ ନିଗମ, ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଶେଷରେ ବାଧ୍ୟ ହୋଇ ଭଦ୍ରକ ବସ୍ ସିଣ୍ଡିକେଟ୍‌ ଲୋକାଲ୍ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ କରିଛି।

ଆହୁରି ପଢ଼ନ୍ତୁ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

You might also like