ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ବସ୍‌

କଣ୍ଟାବାଞ୍ଜି (ସୁରଦାସ ବାଗ୍): ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ସାରଳା ନାମକ ଏକ ଘରୋଇ ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଦବାହାଲ ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲା।

ତେବେ ଦୁର୍ଘଟଣା ବେଳେ ଦୋକାନରେ କେହି ନଥିଲେ। ତେଣୁ କେହି ମୃତାହତ ହୋଇନାହାନ୍ତି। ସେହିପରି ବସ୍‌ର ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି।

ଏହି ଘଟଣାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ରାସ୍ତାରୋକ କରିଥିଲେ। ହଂପ୍ସ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସେମାନେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
ଏଐ

ଏ/ଐ

You might also like