• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ୍‌ ଜୋନରେ ବି ଗଡ଼ିବ ନାହିଁ ବସ୍। ଗ୍ରୀନ ଜୋନ୍‌ରେ ବସ୍ ଚଳାଚଳ ଅନୁମତି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛି ଘରୋଇ ବସ୍‌ ମାଲିକ ସଂଘ।  ସଂଘର କହିବା ଅନୁଯାୟୀ, ସରକାର ଗତକାଲି ପ୍ରକାଶ କରିଥିବା ବିଜ୍ଞପ୍ତିରେ ଆମ ଦାବି କଥା କିଛି କହିନାହାନ୍ତି। ତେଣୁ ଆମେ  ଗାଡ଼ି ଚଳାଇବୁ ନାହିଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ।

ସରକାର ଆମକୁ ଆଲୋଚନା ପାଇଁ ଡାକି ନାହାନ୍ତି। ଆଜି ମନ୍ତ୍ରୀଙ୍କୁ ଆମ ଆଡୁ ଦେଖା କରିବୁ। ଗ୍ରୀନ ଜୋନକୁ ନେଇ ପୂରା ଦ୍ୱନ୍ଦ୍ୱ ରହିଛି। ଏଭଳି ସ୍ଥଳରେ କଟକରୁ ପୁରୀ ବସ କେମିତି ଚାଲିବ।

୫୦ପ୍ରତିଶତ ଲୋକଙ୍କୁ ନେଇ ଗାଡ଼ି ଚଳାଇ ହେବନି। ଅତିକମରେ ୩ଶହ କିଲୋମିଟର ନ ଚାଲିଲେ ଖର୍ଚ୍ଚ ଉଠିବନି। ଯେଉଁ ଯାତ୍ରୀଙ୍କୁ ନେବୁ କରୋନା ନାହିଁ ବୋଲି କିଏ କହିବ।

ତେଣୁ  ଟ୍ରେନ୍‌ ପରି ବସରେ ବି ଚଢ଼ିବା ଆଗରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  କରି ଗାଡ଼ିରେ ବସିବାକୁ ଅନୁମତି ମିଳୁ। ଯେଉଁମାନେ ଗାଡ଼ି ଚଳାଇବେ, ସେମାନଙ୍କ ବି କରୋନା ବୀମା କରାଯାଉ। ଏସବୁ ଦାବି ସହ ପୂର୍ବରୁ ଲିଖିତ ଭାବେ ଦିଆଯାଇଥିବା ଦାବି ଉପରେ ବିଚାର କଲେ ଓ  ସରକାର ଆମକୁ ସହଯୋଗ କଲେ ଓଡ଼ିଶାର ସବୁ  ବସ ସଂଘ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସଂଘ କହିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ।

ଗାଡ଼ି ଚଳାଚଳ ଦ୍ୱାରା ଯେପରି ବିଶେଷ କ୍ଷତି ନ ହେବ ସେ ନେଇ ଆମେ କାର୍ଯ୍ୟ ଜାରି ରଖିଛୁ। ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଏ ବିଷୟରେ କଥା ହେଇଛୁ ବୋଲି ମନ୍ତ୍ରୀ କହିଛନ୍ତି।

 

 

Bus-owners-association-chief-said-bus-will-not-run-in-green-zone1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories