• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାୟଗଡ଼ା: ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ଣରେ ରାୟଗଡ଼ା ଗୁମ୍ମା ଘାଟିରେ ବସ୍‌ ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବସ୍‌ଟି ବୌଦ୍ଧ, ବଲାଙ୍ଗିରରୁ ଶ୍ରମିକଙ୍କୁ ନେଇ ତାମିଲନାଡୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି ଗୁମ୍ମା ଘାଟିରେ ଓଲଟି ପଡ଼ିଥିଲା।

ସୂଚନାଥାଉ କି, କିଛିଦିନ ତଳେ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍‌ ସୁରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ବସ୍‌ଟି ଏକ‌ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଥିଲେ।

Bus-overturns-in-gumma-ghati
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories