କମିଲା ବସ୍ ଭଡ଼ା

ଭୁବନେଶ୍ୱର: କମିଲା ବସ୍ ଭଡ଼ା। ଡିଜେଲ୍‌ ଦର କମିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି। ସାଧାରଣ ବସ୍‌ ଭଡ଼ା କିଲୋମିଟର୍ ପିଛା ମାତ୍ର ୨ ପଇସା କମିଛି। ଭଡ଼ା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି।

ଠିକ୍‌ ସେହିପରି ଏକ୍ସପ୍ରେସ୍ ବସ୍‌ ଭଡ଼ା କିଲୋମିଟର୍ ପିଛା ୭୫ ପଇସାରୁ ଖସି ୭୩ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିଲୋମିଟର୍ ପିଛା ଭଡ଼ା ୪ ପଇସା କମିଛି।

ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ କିମି ପିଛା ୧୦୫ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୧୦୧ ପଇସା ହୋଇଛି।

ସେହିପରି ଏସି ଡିଲକ୍ସ ବସ୍‌ର ଭଡ଼ା କିମି ୧୨୭ ପଇସାରୁ ୧୨୩ ପଇସାକୁ କମିଛି। ବସ୍‌ ଭଡ଼ା ହ୍ରାସ ନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ, ଡିଜେଲ୍‌ ଦର ବୃଦ୍ଧି ଘଟିଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବଢ଼ା ଯାଇଥିଲା। ଗତ କିଛି ଦିନ ହେଲା ବସ୍‌ ଭଡ଼ା କମିଥିବାରୁ ରାଜ୍ୟ ସରକାର ବସ୍‌ ଭଡ଼ା କମାଇବାକୁ ବାଧ୍ୟ ହୋଇଛନ୍ତି।

 

You might also like