ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର। ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି।

ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସାକୁ ବଢିଥିବାବେଳେ ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଛି।

ସେହିପରି ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଥିବା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

You might also like