ଓଡ଼ିଶାରେ ଦୁଇ ଗୁଣା ହେବ ବସ୍‌ ଭଡ଼ା

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା କହିଛନ୍ତି।

ତେବେ ବସ୍ ଚାଲିବା ନେଇ କିଛି ସର୍ତ୍ତ ଓ ସ୍ୱତନ୍ତ୍ର ନିୟମ ରହିଛି। ଗ୍ରୀନ୍ ଜୋନ୍‌ରେ ଚାଲିବାକୁ ଥିବା ବସ୍‌ର ଭଡ଼ା ଦ୍ୱିଗୁଣିତ ହେବ। ଯେହେତୁ ୫୦ ପ୍ରତିଶତ ଲୋକ ବସ୍‌ରେ ଯାତାୟତ କରିବେ ତେଣୁ ବସ୍ ମାଲିକଙ୍କ ଭରଣା ପାଇଁ ଏପରି ଭଡ଼ାକୁ ବଢ଼ା ଯାଇପାରେ। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍‌ରେ ଥିଲା ଯାହା ଏବେ ରେଡ୍ ଜୋନ୍ ହୋଇଛି। ସେହିପରି କିଛି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସେଠି ରେଡ୍ ଜୋନ୍ ଭଳି ନିୟମ କାର୍ଯ୍ୟକାରୀ ହୋଇଛି। ତେଣୁ ବସ୍ ଚଳାଚଳ କରିବାରେ ଏବେ ଅସୁବିଧା ଉପୁଜିଛି। ଏନେଇ ଦିନେ ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ, ଚାକିରିଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍।କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like