ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣା: SCBରେ ଚାଲିଛି ଆହତଙ୍କ ଚିକିତ୍ସା

କଟକ: ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣାରେ ମତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ କରାଯାଉଛି।

ସେପଟେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ଗତକାଲି ସନ୍ଧ୍ୟାରେ ଏକା ଯାତ୍ରୀବାହୀ ବସ୍‌ ତାଳଚେରରୁ କଟକ ଆସିବାବେଳେ ଦୁର୍ଘଟଣା ଘଟିଥିଲା। ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବାପରେ ୩୦ ଫୁଟ ତଳକୁ ଖସି ପଡିଥିଲା ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍‌, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଅନ୍ଧକାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଉଦ୍ଧାର କାର୍ଯ୍ୟରେ ୨ଟି ପାଓ୍ୱାର୍ ବୋଟ୍ ମଧ୍ୟ ନିୟୋଜିତ ହୋଇଥିଲା। ବସ୍‌ଟି ଓଲଟି ପଡ଼ି ଥିବାରୁ ଭିତରେ ଥିବା ମୃତାହତ ଯାତ୍ରୀମାନଙ୍କୁ ବାହାର କରିବା ମଧ୍ୟ ବେଶ୍ ଚ୍ୟାଲେଞ୍ଜିଂ ଥିଲା।

ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହିତ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

You might also like