ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣା: ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ: ମହାନଦୀ ପୋଲରୁ ବସ୍ ଖସି ପଡ଼ିବା ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନେ ସମସ୍ତେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଜଣ ପୁରୁଷ ଅଛନ୍ତି।

ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୪୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆଉ ୮ ଜଣଙ୍କୁ ସେମାନଙ୍କ ସଂପର୍କୀୟମାନେ ଘରୋଇ ନର୍ସିଂହୋମ୍‌କୁ ନେଇ ଯାଇଛନ୍ତି। ଯେଉଁ ୭ ଜଣଙ୍କୁ ଆଇସିୟୁରେ ରଖାଯାଇଛି ସେମାନଙ୍କ ମଧ୍ୟରୁ ୩ ଜଣ ସେଣ୍ଟ୍ରାଲ୍ ଆଇସିୟୁରେ ଥିବା ବେଳେ ୪ ଜଣ ଟ୍ରମା ଆଇସିୟୁରେ ଅଛନ୍ତି ବୋଲି ଏସ୍‌ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି।

ତାଳଚେରରୁ କଟକ ଆସୁଥିବା ବେଳେ ଜଗତପୁର-ଶିଖରପୁର ମଝିରେ ମହାନଦୀ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା ଯାତ୍ରୀବାହୀ ବସ୍‌। ବସ୍‌ ନମ୍ବର ହେଉଛି  OD-35A-0211।

You might also like