ମହାନଦୀ ପୋଲ ଉପରୁ ଖସିଲା ବସ୍

କଟକ: ମହାନଦୀ ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍। ବସ୍‌ଟି ତାଳଚେରରୁ କଟକ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଜଗତପୁରରୁ ଶିଖରପୁର ମଝିରେ ଥିବା ମହାନଦୀ ପୋଲରୁ ଖସିପଡ଼ି ବସ୍‌ଟି ନଦୀଶଯ୍ୟା ବାଲିରେ ପଡ଼ିଥିବା ଜଣାପଡ଼ିଛି। ବସ୍‌ଟି ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି।

ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ନଦୀର ଉଭୟ ପଟରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ଦୁଇଟି ବୋଟ୍‌ ଲାଗିଛି। ଉଦ୍ଧାର କରାଯାଇଥିବା ୩ ଲୋକଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଦେଇଛି।

ଅନ୍ୟପଟେ ଦୁର୍ଘଟଣା ସ୍ଥଳ ପୋଲ ଉପରେ ଏକ ମଇଁଷିର ମୃତଦେହ ପଡ଼ିଛି। ମଇଁଷି ସହ ଧକ୍କା ଖାଇ ବସ୍‌ଟି ଖସି ପଡ଼ିଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ଏହି ଘଟଣାର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବାକୁ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

You might also like